ଆଜି ବାପ ତୋତେ କହିବି କଥାଟି / Aji Bapa Tote Kahibi Kathati / Class 7th Odia Poem

VOICE OF ALOK
VOICE OF ALOK
48.2 هزار بار بازدید - 3 سال پیش - "କହିବି କଥାଟି " କବୟିତ୍ରୀ:କୁନ୍ତଳା କୁମାରୀ
"କହିବି କଥାଟି "
କବୟିତ୍ରୀ:କୁନ୍ତଳା କୁମାରୀ ସାବତ

Full Lyrics:
ଆଜି ବାପ ତୋତେ କହିବି କଥାଟି
ଶୁଣିବୁ ତୁ ଦେଇ ମନ,
କାହା କୁମର ତୁ କାହା କୁଳମଣି
ଜାଣିଚୁ କି ଗଣ୍ଠିଧନ ?
ନିରିମଳ ତୁହି ସରଗ ତରାଟି
ସରଗର ଝରାଫୁଲ,
ହସ, ଭାଷ ତୋର କଉତୁକ ବାବୁ,
କି ମଧୁର, କି ଡଉଲ !
ଆଖି ଦୋ’ ଟି ତୋର ଆନନ୍ଦ ଉଜ୍ଜ୍ୱଳ
ଚଞ୍ଚଳତା ପ୍ରତି ଅଙ୍ଗେ,
ଲବଣି ପିତୁଳା ସ୍ନେହ ସୁଧାବୋଳା
ଖେଳୁ ଖେଳ ନାନା ରଙ୍ଗେ
ଧୂଳି ମାଟି ଘେନି କି ସୁନ୍ଦର ତୁହି
ଗଢି ବସୁ କେତେ ଜାତି,
ପଶୁ, ପକ୍ଷୀ, ଜୀବ, ଦେବତା, ଦେଉଳ,
ସଙ୍ଗୀ ସଙ୍ଗେ ହର୍ଷେ ମାତି l
କେବେ କିରେ ବାପ, ଶୁଣିଛୁ ତୁ କାନେ
ବାପ ଗୋସିବାପ କଥା,
କେତେ ସେ ମହତ କରମ ସାଧିଲେ
ଭାଳିଲେ ହଜିବ ଚେତା l
ବାପ ଦାଦି ତୋର ଥିଲେ ଅତି ବଡ
ରଖି ଯାଇଛନ୍ତି ନାମ,
ମନ୍ଦିର ତୋଳାଇ ପୋଖରୀ ଖୋଳାଇ
ଗଢି ନାନା ତୀର୍ଥ ଧାମ l
କୋଣାର୍କ ମଥାରେ ଜଗନ୍ନାଥପୁରେ
ଉଡେ ତ ତାଙ୍କରି ଛତି,
ଲକ୍ଷେ ଦେଉଳରେ ସଞ୍ଜ ଆଳତିରେ
ଜଳେ ତ ତାଙ୍କରି ବତି l
ନଦୀ ବନ୍ଧ ସବୁ ତାଙ୍କରି କୀରତି
ଥିଲେ ବଡ କାରିଗର,
ପଥର ଉପରେ ଆଙ୍କିଛନ୍ତି ଛବି
ଅପରୂପ ମନୋହର l
ଥିଲେ ବଡ ବୀର ଲକ୍ଷେ ରାଜାଙ୍କର
ମଉଡମଣିର ଜାତି,
ପୁରୁଷ ଉତ୍ତମ, ବୀର ଖାରବେଳ,
ଅନଙ୍ଗଭୀମ, ଯଯାତି l
ମହା ମହା ରାଜା, ମହା ମହା ରଥୀ
ଥିଲେ ତୋର ବାପା ଜେଜେ,
କିଏ ସରି ହେବ ଗୁଣ ଜ୍ଞାନେ ତାଙ୍କୁ
କିଏ ସରି ହେବ ତେଜେ l
ଓଡିଆ ବୋଲି ତୁ ମନେ ଗର୍ବ ବହି
ଚାଲରେ ଟେକି ତୋ ମଥା,
ନିତି ମନେ ମନେ ଗୁଣି ହେଉ ଥାଆ
ପୂର୍ବ ପୁରୁଷ କଥା l
ଭଞ୍ଜ, ଜଗନ୍ନାଥ, ସାମନ୍ତ ସିଂହାର
ଶାରଳାଦି କବିକୁଳ,
ତୋ’ ପୂର୍ବ ପୁରୁଷ ତାଙ୍କ ସନ୍ତାନ ତୁ
ଏ କଥା ମନ ନ ଭୁଲ l

#Kahibi_Kathati
#କହିବି_କଥାଟି
#Kuntala_Kumari_Sabat
#VoiceOfAlok

Also watch other childhood poems
1.ଦେଲୁ ମୋତେ ମହାଶିକ୍ଷା-ଦେଲୁ ମୋତେ ମହାଶିକ୍ଷା / ପୁରୁଣା ୪ର୍ଥ ଶ୍ର...
2.ଦୁଃଖୀଧନ ନୀଳମଣିରେ(Female Version)-ଦୁଃଖୀଧନ ନୀଳମଣିରେ / Dukhidhana Nila Ma...
3.କାଳିଜାଇରେ ସନ୍ଧ୍ୟାଦ-କାଳିଜାଈରେ ସଂଧ୍ୟା - କାତ ଧରି ଧୀରେ ନାଉରୀ...
4.ରାମଚଣ୍ଡୀରେ ସନ୍ଧ୍ୟା-Ramachandi Re Sandhya By Nilakantha D...
5.ଚାରିଦିନ ଭୋକିଲା-ଚାରିଦିନ ଭୋକିଲା / ପୁରୁଣା ୯ମ ଶ୍ରେଣୀ କବି...
6.ଜୟୀ ରାଜଗୁରୁ-ଜୟୀରାଜ ଗୁରୁ କବିତା (ପୁରୁଣା ୭ମ ଶ୍ରେଣୀ) ...
7.ଏଣୁ କପୋତ ଗୁରୁ ମୋର-ଏଣୁ କପୋତ ଗୁରୁ ମୋର 🐦 / ଭାଗବତରୁ ଆନୀତ / ...
8.ବାଇ ଚଢେଇ ଓ ପିମ୍ପୁଡି ମାମୁ - ଜୟୀରାଜ ଗୁରୁ କବିତା (ପୁରୁଣା ୭ମ ଶ୍ରେଣୀ) ...
9.ବିଚାର ବିଗିଡିଗଲା-ବିଚାର ବିଗିଡିଗଲା / ପୁରୁଣା ୩ୟ ଶ୍ରେଣୀ କବ...
10.ଖଦ୍ୟୋତର ଖେଦ-ଖଦ୍ୟୋତର ଖେଦ / Khadyotara Kheda / Old ...
11.ଟୁନାଟୁନି-ଟୁନା ଟୁନି - ହସଖେଳ / Tuna Tuni / Old O...
12.ମୁକୁଟ ଭିକ୍ଷା-ମୁକୁଟ ଭିକ୍ଷା - ପୁରୁଣା ୬ଷ୍ଠ ଶ୍ରେଣୀ କବି...
13.ଶୁଖିଲା ପତ୍ରର କଥା-ଶୁଖିଲା ପତ୍ରର କଥା(୫ମ ସାହିତ୍ୟ)/ Sukhila...
14.ଆମ ଘର-ଆମ ଘର / Ama Ghara Odia Old MIL Book Poem
15.ଗଛ ଓ କାଠୁରିଆ-ଗଛ ଓ କାଠୁରିଆ🌲/ ୪ର୍ଥ ସାହିତ୍ୟ / Gachha ...
16.ଶ୍ରୀରାମଙ୍କ ନୌଯାତ୍ରା-ଶ୍ରୀରାମଙ୍କ ନୌଯାତ୍ରା /ପୁରୁଣା ସାହିତ୍ୟ ବ...
17.ପୃଥିବୀ ପ୍ରତି-ପୃଥିବୀ ପ୍ରତି / ପୁରୁଣା ୫ ମ ଶ୍ରେଣୀ କବିତ...
18.ତ୍ରିରତ୍ନ - ତ୍ରିରତ୍ନ / ଅଳସପଣ ପରିହରି,ଆନନ୍ଦେ ପରିଶ୍ର...
19.ରଖେ ସତ୍ୟରେ ଲୟ- ରଖେ ସତ୍ୟରେ ଲୟ / ପୁରୁଣା ୪ର୍ଥ ଶ୍ରେଣୀ କବ...
20. ସ୍ଥୂଳ କଳେବର ନୁହଁଇ ଅମର - ସ୍ଥୂଳ କଳେବର ନୁହଁଇ ଅମର / ପୁରୁଣା ସାହିତ୍...
21.ଦେଶପ୍ରେମ ଦୀପ ଜାଳ-ଦେଶପ୍ରେମ ଦୀପ ଜାଳ / ପୁରୁଣା ୫ମ ଶ୍ରେଣୀ କ...
22.ପ୍ରଭାତ-ବର୍ଣ୍ଣବୋଧରୁ "ପ୍ରଭାତ" / Barnnabodh ru ...
23.ଦୁଃଖୀଧନ ନୀଳମଣିରେ(Male version)-
ଦୁଃଖୀଧନ ନୀଳମଣିରେ ମାଆ ବୋଲି କିଏ ଡାକିବ ମ...

ସମସ୍ତ ପିଲାଦିନ କବିତା ଏଇ ଲିଙ୍କରେ ଦେଖନ୍ତୁ - Odia MIL textbook Poems and Poetry
3 سال پیش در تاریخ 1400/07/01 منتشر شده است.
48,213 بـار بازدید شده
... بیشتر