ପୃଥିବୀ ପ୍ରତି / ପୁରୁଣା ୫ ମ ଶ୍ରେଣୀ କବିତା / Pruthibi Prati Full Poem / Tuhi maa dharani Janani Mohara

VOICE OF ALOK
VOICE OF ALOK
56.3 هزار بار بازدید - 3 سال پیش - Vocal-Alok Kumar PandaMusic - Monali
Vocal-Alok Kumar Panda
Music - Monali sister

"Pruthibi Prati" is a famous old odia poem written by Bhakta kabi Madhusudan Rao. In this poem the writer has given his deep care and love for earth. Earth is compared to our mother.


Full Lyrics :

== ଓଡ଼ିଆ ==
ଗୀତ : ପୃଥିବୀ ପ୍ରତି
ଭାଷା : ଓଡ଼ିଆ
ଗୀତିକାର : ଭକ୍ତକବି ମଧୁସୂଦନ ରାଓ
ତୁହି ମା ଧରଣୀ          ଜନନୀ ମୋହର
         ଧରିଛୁ ମା ମୋତେ କୋଳେ
ଲୋଟୁଅଛି ସିନ୍ଧୁ          ଚରଣ ତୋହର
         ଆହା କି ଉଲ୍ଲାସ ଭୋଳେ ॥୧॥
ରହିଛୁ ଅନାଇ          ଅନନ୍ତ ଗଗନେ
         ଆନନ୍ଦରେ ଅନୁକ୍ଷଣ
ସେ ମହାଗଗନ          ମହା ଆନନ୍ଦରେ
         ନିରେଖଇ ତୋ ଆନନ ॥୨॥
ବିମଳ ପ୍ରଭାତେ          ପୁଣ୍ୟ ସାୟଂକାଳେ
         ଦିବାନିଶି ଅବିରଳ
ତୋ ଶିରେ ଗଗନ          ଢାଳେ ଶୁଭ୍ରାଲୋକ
        ଅବା ଛାୟା ସୁଶୀତଳ ॥୩॥
ତୋହରି ସନ୍ତାନ          ଅଟେ ମୁଁ ଜନନୀ
         ତୋର ଦରଶନେ ପ୍ରାଣ
ଉଛୁଳି ପଡ଼ଇ          ଆନନ୍ଦ ଉଲ୍ଲାସେ
         ମଣଇ ମୁଁ ଭାଗ୍ୟବାନ ॥୪॥
ସୁଧାଧାରା ସମ          ସରିତର ସ୍ରୋତ
         ବହୁଅଛି ତୋ ବକ୍ଷରେ
ସେ ଅମୃତ ପାନ          ସ୍ଥାବର ଜଙ୍ଗମ
         କରୁଛନ୍ତି କି ସୁଖରେ ॥୫॥
ନର ପଶୁ ପକ୍ଷୀ          କୀଟ ତରୁ ଲତା
         କାମଧେନୁ ତୁ ସବୁରି
ତୋହର ପ୍ରସାଦେ          ସକଳ କାମନା
         ଯାଉଅଛି ମୋ ଗୋ ପୂରି ! ॥୬॥  
ସ୍ନେହ ରୋମାଞ୍ଚିତ          ଦୂର୍ବାଦଳମୟ
         ତୋ ଶ୍ୟାମଳ ଅଙ୍କସ୍ଥଳ
ସେ କୋମଳ କୋଳ          ଦେଖିଲେ ନୟନେ
         ହୃଦ ହୁଏ ସୁଶୀତଳ ॥୭॥
ସୁଚାରୁ କୁସୁମ          ସୁଧାମୟ ଫଳ
         ରଖିଛୁ ମା ବସୁମତୀ
ବନେ ଉପବନେ          ତରୁଲତା ଡାଳେ
         ସଜାଇ ଯତନେ ଅତି ॥୮॥
କାହାର ଆଦେଶେ          କରିଛୁ ମା ଏତେ
         ଜୀବ ପାଇଁ ଆୟୋଜନ
ସେ ଆଦିଜନନୀ          ଦରଶନ ଲାଗି
         ବ୍ୟାକୁଳ ସଦା ମୋ ମନ ॥୯॥

About the writer :
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
Your search terms:
1.Pruthibi Prati
2.Pruthibi Prati Odia poem
3.Madhusudan Rao poem
4.Tuhi maa dharani janani mohara dharichu maa mate kole
5.Childhood odia MIL textbook poem

Hashtags:
#Pruthibi_Prati
#Pruthivi_Prati
#Tuhi_maa_dharani_janani
#voiceofalok
#Madhusudan_rao

Also watch other childhood poems
1.ଦେଲୁ ମୋତେ ମହାଶିକ୍ଷା-ଦେଲୁ ମୋତେ ମହାଶିକ୍ଷା / ପୁରୁଣା ୪ର୍ଥ ଶ୍ର...
2.ଦୁଃଖୀଧନ ନୀଳମଣିରେ-ଦୁଃଖୀଧନ ନୀଳମଣିରେ / Dukhidhana Nila Ma...
3.କାଳିଜାଇରେ ସନ୍ଧ୍ୟା-କାଳିଜାଈରେ ସଂଧ୍ୟା - କାତ ଧରି ଧୀରେ ନାଉରୀ...
4.ରାମଚଣ୍ଡୀରେ ସନ୍ଧ୍ୟା-Ramachandi Re Sandhya By Nilakantha D...
5.ଚାରିଦିନ ଭୋକିଲା-ଚାରିଦିନ ଭୋକିଲା / ପୁରୁଣା ୯ମ ଶ୍ରେଣୀ କବି...
6.ଜୟୀ ରାଜଗୁରୁ-ଜୟୀରାଜ ଗୁରୁ କବିତା (ପୁରୁଣା ୭ମ ଶ୍ରେଣୀ) ...
7.ଏଣୁ କପୋତ ଗୁରୁ ମୋର-ଏଣୁ କପୋତ ଗୁରୁ ମୋର 🐦 / ଭାଗବତରୁ ଆନୀତ / ...
8.ବାଇ ଚଢେଇ ଓ ପିମ୍ପୁଡି ମାମୁ - ଜୟୀରାଜ ଗୁରୁ କବିତା (ପୁରୁଣା ୭ମ ଶ୍ରେଣୀ) ...
9.ବିଚାର ବିଗିଡିଗଲା-ବିଚାର ବିଗିଡିଗଲା / ପୁରୁଣା ୩ୟ ଶ୍ରେଣୀ କବ...
10.ଖଦ୍ୟୋତର ଖେଦ-ଖଦ୍ୟୋତର ଖେଦ / Khadyotara Kheda / Old ...
11.ଟୁନାଟୁନି-ଟୁନା ଟୁନି - ହସଖେଳ / Tuna Tuni / Old O...
12.ମୁକୁଟ ଭିକ୍ଷା-ମୁକୁଟ ଭିକ୍ଷା - ପୁରୁଣା ୬ଷ୍ଠ ଶ୍ରେଣୀ କବି...
13.ଶୁଖିଲା ପତ୍ରର କଥା-ଶୁଖିଲା ପତ୍ରର କଥା(୫ମ ସାହିତ୍ୟ)/ Sukhila...
14.ଆମ ଘର-ଆମ ଘର / Ama Ghara Odia Old MIL Book Poem
15.ଗଛ ଓ କାଠୁରିଆ-ଗଛ ଓ କାଠୁରିଆ🌲/ ୪ର୍ଥ ସାହିତ୍ୟ / Gachha ...
16.ଶ୍ରୀରାମଙ୍କ ନୌଯାତ୍ରା-ଶ୍ରୀରାମଙ୍କ ନୌଯାତ୍ରା /ପୁରୁଣା ସାହିତ୍ୟ ବ...

ସମସ୍ତ ପିଲାଦିନ କବିତା ଏଇ ଲିଙ୍କରେ ଦେଖନ୍ତୁ - Odia MIL textbook Poems and Poetry
3 سال پیش در تاریخ 1400/05/22 منتشر شده است.
56,386 بـار بازدید شده
... بیشتر